ଦିଲ୍ଲୀ ବିଲ୍ ରାଜ୍ୟସଭାରେ ପାସ୍ ହେବା ନିଶ୍ଚିତ, ସରକାରଙ୍କୁ ମିଳିଲା ଓ୍ବାଇଏସଆର କଂଗ୍ରେସର ସମର୍ଥନ

0

ନୂଆଦିଲ୍ଲୀ: ଦିଲ୍ଲୀ ବିଲ୍ ରାଜ୍ୟସଭାରେ ସହଜରେ ଗୃହୀତ ହେବା ନିଶ୍ଚିତ ହୋଇଯାଇଛି । କାରଣ ଏହି ପ୍ରସଙ୍ଗରେ ମୋଦି ସରକାରଙ୍କୁ ୱାଇଏସଆର କଂଗ୍ରେସର ସମର୍ଥନ ମିଳିଛି । ସଂସଦରେ ୱାଇଏସଆରସିପି ନେତା ଭି ବିଜୟସାଇ ରେଡ୍ଡୀ ଏନଡିଟିଭିକୁ କହିଛନ୍ତି ଯେ ତାଙ୍କ ଦଳ ମୋଦୀ ସରକାରଙ୍କ ସହ ଛିଡ଼ା ହୋଇଛି। ୱାଇଏସଆରସିପି କହିଛି ଯେ ଦିଲ୍ଲୀ ସମ୍ବନ୍ଧୀୟ ଅଧ୍ୟାଦେଶ ବିଲ୍ ଉପରେ ସେ କେନ୍ଦ୍ର ସରକାରଙ୍କ ସପକ୍ଷରେ ଅଛନ୍ତି। ଏଥିସହିତ ମୋଦି ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ସେ ବିରୋଧ କରିବେ ।

ରାଜ୍ୟସଭାରେ ୱାଇଏସଆରସିପିର ୯ ଜଣ ସାଂସଦ ଅଛନ୍ତି। ଉଭୟ ପ୍ରସଙ୍ଗରେ ଆମେ ସରକାରଙ୍କ ସପକ୍ଷରେ ଭୋଟ୍ ଦେବୁ। ୱାଇଏସଆରସିପିର ସମର୍ଥନ ମିଳିବା ପରେ ଦିଲ୍ଲୀ ବିଲ୍ ରାଜ୍ୟସଭାରେ ପାରିତ ହେବା ନିଶ୍ଚିତ ହୋଇଛି। ଲୋକସଭାରେ ୱାଇଏସଆରସିପିର ୨୨ ଜଣ ସାଂସଦ ଅଛନ୍ତି, ଯେଉଁମାନେ ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ୍ ଦେବେ ।

ୱାଇଏସଆରସିପିର ସମର୍ଥନ ପୂର୍ବରୁ ରାଜ୍ୟସଭାରେ ସରକାରଙ୍କ ସଂଖ୍ୟା ୧୧୨ ଥିଲା, ଯାହା ସଂଖ୍ୟାଗରିଷ୍ଠତାଠାରୁ ୮ ପ୍ରତିଶତ ଦୂରରେ ଥିଲା । ଦଳର ୯ ଜଣ ସାଂସଦ ଦିଲ୍ଲୀ ବିଲ୍ ଉପରେ ମୋଦି ସରକାରଙ୍କ ସପକ୍ଷରେ ଭୋଟ୍ ଦେବେ। ଏହି ପରିପ୍ରେକ୍ଷୀରେ ବିଲ୍ ସପକ୍ଷରେ ୧୨୧ଟି ଭୋଟ୍ ପଡ଼ିବ, ଯାହା ସଂଖ୍ୟାଗରିଷ୍ଠତା ଠାରୁ ଗୋଟିଏ ଅଧିକ। ସରକାର ବିଏସପି, ଜେଡିଏସ ଏବଂ ଟିଡିପିର ସମର୍ଥନ ଆଶା କରୁଛନ୍ତି । ଏହି ତିନି ଦଳର ଜଣେ ଲେଖାଏଁ ସାଂସଦ ଅଛନ୍ତି। ଏଭଳି ସ୍ଥିତିରେ ବିଲ୍ ସପକ୍ଷରେ ୧୨୪ଟି ଭୋଟ୍ ମିଳିପାରିବ। ଏହାଦ୍ୱାରା ବିଲ୍ ସହଜରେ ପାରିତ ହୋଇଯିବ ।

Leave A Reply

Your email address will not be published.