ଓ୍ବିପ୍ରୋ ପକ୍ଷରୁ ୧୨୦୦୦ କୋଟିର ସେୟାର ବାୟବ୍ୟାକ୍ ଘୋଷଣା

0

ବେଙ୍ଗାଲୁରୁ : ଆଇଟି ସଫ୍ଟୱେୟାର କମ୍ପାନୀ ୱିପ୍ରୋ ପକ୍ଷରୁ ପ୍ରାୟ ୧୨ ହଜାର  କୋଟି ଟଙ୍କାର ସେୟାର ପୁନଃ କ୍ରୟ ଘୋଷଣା କରାଯାଇଛି । କମ୍ପାନୀର ବୋର୍ଡ ବୈଠକରେ ମଧ୍ୟ ଏହି ବାଇବ୍ୟାକ୍କୁ ଅନୁମୋଦନ ମିଳିଛି। ବାୟବ୍ୟାକ୍ ଘୋଷଣା ପରେ ଗୁରୁବାର ବନ୍ଦ ହୋଇଥିବା ଟ୍ରେଡିଂ ଅଧିବେଶନରେ କମ୍ପାନୀର ଷ୍ଟକ ଏନଏସଇରେ ପ୍ରାୟ ୩୭୪.୩୫ ଟଙ୍କାରେ ବନ୍ଦ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ସେୟାର ପିଛା ୪୪୫ ଟଙ୍କାର ଟେଣ୍ଡର ମାର୍ଗରେ କଂପାନି ଏହାର ବାଇବ୍ୟାକ୍ କରିବ।

ବନ୍ଦ ମୂଲ୍ୟ ତୁଳନାରେ ୧୯% ପ୍ରିମିୟମ

କଂପାନିର ବୋର୍ଡ ଅଫ୍ ଡାଇରେକ୍ଟରବୈଠକରେ ପାଖାପାଖି ୧୨ ହଜାର କୋଟି ଟଙ୍କାର ସେୟାର ବାଇବ୍ୟାକ୍ ଉପରେ ଆଲୋଚନା ହୋଇଥିଲା। ଯେଉଁଥିରେ ୨୬୯,୬୬୨,୯୨୧ ଇକ୍ୱିଟି ସେୟାରକୁ ବାଇବ୍ୟାକ୍ ପାଇଁ ଅନୁମୋଦନ ମିଳିଥିଲା। ଯାହାକୁ କମ୍ପାନୀ ଟେଣ୍ଡର ମାର୍ଗରେ କରିବ । ସୂଚନାଥାଉ କି, ଗୁରୁବାର କାରବାର ଅଧିବେଶନରେ ୱିପ୍ରୋର ଷ୍ଟକ ୩୭୪.୩୫ ଟଙ୍କାରେ ବନ୍ଦ ହୋଇଥିଲା। ସେହିପରି ଏହି ଷ୍ଟକ୍ ର ବାଇବ୍ୟାକ୍ ମୂଲ୍ୟ ୪୪୫ ଟଙ୍କା ରହିଛି। ଅର୍ଥାତ୍ ୧୯ ପ୍ରତିଶତ ପ୍ରିମିୟମ ଦେଖିବାକୁ ମିଳୁଛି।

ସେୟାର ବାଇବ୍ୟାକ୍ କ?

ସେୟାର ବାଇବ୍ୟାକ୍ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ କମ୍ପାନୀ ନିଜର ବର୍ତ୍ତମାନର ଅଂଶଧନଧାରୀଙ୍କଠାରୁ ନିଜ କମ୍ପାନୀର ସେୟାର କିଣିଥାଏ । ଯାହାକୁ କମ୍ପାନୀ ପୂର୍ବରୁ ରିଲିଜ କରିଥିଲା । କମ୍ପାନୀ ଏହାର ନିବେଶକମାନଙ୍କୁ ଷ୍ଟକର ବ୍ୟାକ୍ କ୍ରୟ ଉପରେ ଦେୟ ଦେଇଥାଏ । ନିବେଶକଙ୍କୁ ଦେୟ ଦେବା ବଦଳରେ ସେ ସେମାନଙ୍କ ଅଂଶଧନ ମାଲିକାନା ପ୍ରତ୍ୟାହାର କରିନେଉଛନ୍ତି।

Leave A Reply

Your email address will not be published.