କାହିଁକି ଡାଉନ ହୋଇଥିଲା ଏସବିଆଇ ନେଟ୍ ବ୍ୟାଙ୍କିଙ୍ଗ୍, ୟୁପିଆଇ ସେବା ?

0

ଭୁବନେଶ୍ବର : ଏପ୍ରିଲ ୩ତାରିଖରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କର ସର୍ଭର ଡାଉନ୍ ହେବା ଫଳରେ ନେଟ୍ ବ୍ୟାଙ୍କିଙ୍ଗ୍, ୟୁପିଆଇ ସେବା ଗୁରୁତରାବେ ବାଧାପ୍ରାପ୍ତ ହୋଇଥିଲା । ତେବେ ଏ ନେଇ ବ୍ୟାଙ୍କ ପକ୍ଷରୁ ଏକ  ସ୍ପଷ୍ଟୀକରଣ ଜାରି କରାଯାଇଛି। ଏହି ସମସ୍ୟାର ସମାଧାନ ହୋଇଛି ଏବଂ ଭବିଷ୍ୟତରେ ସୁରୁଖୁରୁରେ ସେବା ଜାରି ରହିବ ବୋଲି ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱାସନା ଦେଇଛି। ପୂର୍ବଦିନ ବ୍ୟାଙ୍କର ୱେବସାଇଟ୍, ୟୋନୋ ଆପ୍, ୟୁପିଆଇ ସମେତ ପ୍ରାୟ ସମସ୍ତ ପ୍ରକାର ସେବା ବାଧାପ୍ରାପ୍ତ ହୋଇଥିବାରୁ ବ୍ୟାଙ୍କ ଗ୍ରାହକମାନେ ଟ୍ୱିଟ୍ ଜରିଆରେ ଅସୁବିଧା ପ୍ରକାଶ କରିଥିଲେ।

ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଡିଜିଟାଲ ସେବା ବାଧାପ୍ରାପ୍ତ ହେବା ପରେ ଏସବିଆଇର ଅନେକ ଗ୍ରାହକ ଏ ନେଇ ଟ୍ୱିଟରରେ ଅଭିଯୋଗ କରିଥିଲେ । ନେଟ୍ ବ୍ୟାଙ୍କିଙ୍ଗ୍, ୟୁପିଆଇ ପେମେଣ୍ଟ୍ ଏବଂ ଅଫିସିଆଲ୍ ଏସ୍ ବିଆଇ ଆପ୍ (ୟୋନୋ) ଭଳି ସେବା କିଛି ଘଣ୍ଟା ଧରି କାମ କରୁନଥିଲା। ଏଥିରେ ବ୍ୟଥିତ ହୋଇ ୟୁଜର୍ସ ଟ୍ରାଞ୍ଜାକସନ୍ କରିପାରିନଥିଲେ। ଏହାଦ୍ୱାରା ବ୍ୟାଙ୍କ ଓ ଏହାର ଗ୍ରାହକମାନେ କ୍ଷତିଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି।

ସେବା ବାଧାପ୍ରାପ୍ତ ହେବାର କାରଣ ବୈଷୟିକ ତ୍ରୁଟି ବୋଲି ଏସବିଆଇ ଏବେ ସ୍ପଷ୍ଟ କରିଛି ଓ ଏବେ ଏହି ସମସ୍ୟାର ସମାଧାନ ହୋଇଛି ବୋଲି କହିିଛି । ବ୍ୟାଙ୍କ ଏକ ବିବୃତିରେ ନିଜ ଗ୍ରାହକଙ୍କ ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିବା ସହ ଭବିଷ୍ୟତରେ ଏଭଳି ପରିସ୍ଥିତିକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଉଛି ବୋଲି ପ୍ରତିଶ୍ରୁତି ଦେଇଛି।

Leave A Reply

Your email address will not be published.