ଆଦାନି ଗ୍ରୁପର ଅଷ୍ଟ୍ରେଲିଆ କୋଇଲା ଖଣି ସହ ସଂପର୍କିତ ୩ କମ୍ପାନିରୁ ଇସ୍ତଫା ଦେଲେ ଗୌତମଙ୍କ ଭାଇ ବିନୋଦ ଆଦାନି

0

ନୂଆଦିଲ୍ଲୀ: ଆଦାନି ଗ୍ରୁପକୁ ନେଇ ଆଉ ଏକ ବଡ଼ ଖବର ! ଅଷ୍ଟ୍ରେଲିଆରେ ଥିବା ଆଦାନି ଗ୍ରୁପର କୋଇଲା ଖଣି ସହ ଜଡ଼ିତ ୩ଟି କମ୍ପାନିର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ଗୌତମ ଆଦାନୀଙ୍କ ବଡ଼ ଭାଇ ବିନୋଦ ଆଦାନି । ଅଦାନି ଗ୍ରୁପ୍ ଉପରେ ଚାପ ବଢ଼ିବା ପରେ ବିନୋଦ ଆଦାନୀ କାର୍ମାଇକେଲ୍ ରେଳ ଓ ପୋର୍ଟ ସିଙ୍ଗାପୁର, କାର୍ମାଇକେଲ୍ ରେଲ୍ ଏବଂ ଆବଟ୍ ପଏଣ୍ଟ ଟର୍ମିନାଲ୍ ଏକ୍ସପାନସନ୍ସର ନିର୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ସିଙ୍ଗାପୁରର ଏକ କମ୍ପାନି ଆବୋଟ୍ ପଏଣ୍ଟ ପୋର୍ଟ ହୋଲ୍ଡିଂସର ବୋର୍ଡରେ ସେ ରହିଛନ୍ତି ।

ସୁପ୍ରିମ୍ କୋର୍ଟ ଆଦାନୀ ଗ୍ରୁପ୍ କୁ ନେଇ ଏକ ତଦନ୍ତ କମିଟି ଗଠନ କରିବାର କିଛି ଦିନ ପୂର୍ବରୁ ବିନୋଦ ଆଦାନି ଏହି କମ୍ପାନୀଗୁଡ଼ିକର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ। ଆଦାନୀ ଗ୍ରୁପର ଜଣେ ପ୍ରତିନିଧିଙ୍କ ବୟାନ ଦେଇ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ କେତେକ ସଂସ୍ଥାରେ ଅଂଶୀଦାର ହେବା ବ୍ୟତୀତ କାର୍ମାଇକେଲ ଖଣି କିମ୍ବା ଏହାର ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ ସମ୍ବନ୍ଧୀୟ ପରିଚାଳନାରେ ବିନୋଦ ଆଦାନୀଙ୍କର କୌଣସି ଭୂମିକା ନାହିଁ।

ଜାନୁଆରୀ ୨୪ରେ ପ୍ରକାଶିତ ହିଣ୍ଡେନବର୍ଗ ରିସର୍ଚ୍ଚର ଏକ ରିପୋର୍ଟରେ ଅଭିଯୋଗ କରାଯାଇଥିଲା ଯେ ବିନୋଦଙ୍କ ନିୟନ୍ତ୍ରଣରେ ଥିବା ଏକ ଡଜନରୁ ଅଧିକ ସେଲ୍ କମ୍ପାନୀ ଆଦାନୀ ଗ୍ରୁପ୍ କମ୍ପାନୀସହିତ କୋଟି କୋଟି ଡଲାରର କାରବାର କରିଛନ୍ତି।

Leave A Reply

Your email address will not be published.