ମେ ୧ ରୁ ମହଙ୍ଗା ହେବ ଟାଟା ମୋଟର୍ସର କାର୍, ପୂର୍ବରୁ ବଢିସାରିଛି ବାଣିଜ୍ୟିକ ଯାନ ଦର

0

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ କାର୍ ନିର୍ମାତା ଟାଟା ମୋଟର୍ସ (ଟାଟା ମୋଟର୍ସ) ଏହାର ସମସ୍ତ କାର୍ ଏବଂ ଏହାର ମଡେଲ୍ ର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି ବୋଲି ଘୋଷଣା କରିଛି। ଶୁକ୍ରବାର କମ୍ପାନୀ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଏ ନେଇ ସୂଚନା ଦିଆଯାଇଛି। କଂପାନି ଏହାର ସମସ୍ତ ମଡେଲ ଉପରେ ୦.୬ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରୁଛି ବୋଲି ଘୋଷଣା କରିଛି। ଅର୍ଥାତ୍ ଏବେ କଂପାନିର ସମସ୍ତ କାର୍ ମହଙ୍ଗା ହେବ। ସୂଚନାଯୋଗ୍ୟ, ଏହି ନୂଆ ଦର ମେ ପହିଲାରୁ ଲାଗୁ ହେବ। ଅର୍ଥାତ୍ ଏପ୍ରିଲ ୩୦ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଖରେ ସାମାନ୍ୟ ଶସ୍ତା କାର୍ କିଣିବାର ସୁଯୋଗ ରହିଛି।

ମେ ୧, ୨୦୨୩ରୁ କମ୍ପାନୀ ଏହାର ସମସ୍ତ ଯାତ୍ରୀବାହୀ ଯାନ ଉପରେ ମୂଲ୍ୟ ବୃଦ୍ଧି କରୁଛି ବୋଲି କମ୍ପାନୀ ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ମେ ୧, ୨୦୨୩ରୁ ଯାତ୍ରୀବାହୀ ଯାନ ମୂଲ୍ୟ ହାରାହାରି ୦.୬% ବୃଦ୍ଧି ପାଇବ। ବିଭିନ୍ନ ଭାରିଏଣ୍ଟ ଓ ମଡେଲ ଅନୁଯାୟୀ ଏହି ଦର ବୃଦ୍ଧି ପାଇବ ।

ଏପ୍ରିଲ ପହିଲାରୁ ବଢ଼ାଇଥିଲା ବାଣିଜ୍ୟିକ ଯାନର ଦର

ଏହା ପୂର୍ବରୁ ଟାଟା ମୋଟର୍ସ ଏପ୍ରିଲ ପହିଲାରୁ ବାଣିଜ୍ୟିକ ଯାନର ମୂଲ୍ୟ ୫ ପ୍ରତିଶତ ବୃଦ୍ଧି କରିଥିଲା। ୨୭ ଜାନୁଆରୀ ୨୦୨୩ରେ ଟାଟା ମୋଟର୍ସ ଏହାର ସମସ୍ତ ଆଇସିଇ ଯାତ୍ରୀବାହୀ ଗାଡ଼ିର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଥିଲା। ୨୦୨୩ ଫେବ୍ରୁଆରି ୧୦ରେ ଟାଟା ମୋଟର୍ସ ଟିଆଗୋ ଇଭିର ମୂଲ୍ୟ ପ୍ରାୟ ୨୦,୦ ଟଙ୍କା ବୃଦ୍ଧି କରିଥିଲା। ଏହା ପୂର୍ବରୁ ମାରୁତି ଚଳିତ ମାସ ପ୍ରାରମ୍ଭରେ ଦର ବୃଦ୍ଧି କରିଥିଲା। ହୁଣ୍ଡାଇ ମଧ୍ୟ ଦର ବୃଦ୍ଧି କରିଥିଲା।

Leave A Reply

Your email address will not be published.