ଆମେରିକାରେ ପୁଣି ଗୁଳିକାଣ୍ଡ : ସପିଂ ମଲରେ ପଶି ଚଳାଇଲେ ଅଟୋମ୍ୟାଟିକ୍ ରାଇଫଲ୍, ୮ ମୃତ

0

ୱାଶିଂଟନ: ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ବାରମ୍ବାର ହେଉଥିବା ଗୁଳିକାଣ୍ଡ ଘଟଣା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି ଓ ତାହା ସାଧାରଣ ଜନତାଙ୍କ ନିରାପତ୍ତା ପ୍ରତି ଏକ ବଡ଼ ବିପଦ ସୃଷ୍ଟି କଲାଣି । ଆମେରିକାର ଟେକ୍ସାସର ଏକ ସପିଂ ମଲରେ ଗୁଳିକାଣ୍ଡ ଘଟି ୮ ଜଣଙ୍କ ମୃତ୍ୟୁ ଘଟିଛି । ସେପଟେ ଗୁଳିଚାଳକଙ୍କୁ ନିପାତ କରିଛି ପୋଲିସ । ଗୁଳିମାଡ଼ରେ ଶିଶୁଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି। କର୍ତ୍ତୃପକ୍ଷ କହିଛନ୍ତି ଯେ ଟେକ୍ସାସର ଆଲେନ୍ ରେ ଥିବା ଆଲେନ୍ ପ୍ରିମିୟମ୍ ଆଉଟଲେଟ୍ ସ ମଲ୍ ରେ ଗୁଳି ଚଳାଇଥିଲେ ବନ୍ଧୁକଧାରୀ। ଏହି ଘଟଣାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ରକ୍ତ ଜୁଡୁବୁଡୁ ଲୋକମାନେ ତଳେ ପଡ଼ିଥିବା ଦେଖିବାକୁ ମିଳୁଛି। ନିହତ ହୋଇଥିବା ଆକ୍ରମଣକାରୀ ମଧ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି। ଆକ୍ରମଣରେ ବ୍ୟବହୃତ ବନ୍ଧୁକ ମଧ୍ୟ ତାଙ୍କ ମୃତଦେହ ନିକଟରେ ଦୃଶ୍ୟମାନ ହେଉଛି।

କଲିନ୍ କାଉଣ୍ଟି ମୁଖ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ (ସେରିଫ୍) ଏହି ଗୁଳିକାଣ୍ଡ ହୋଇଥିବା ଖବରକୁ କୁ ସ୍ବୀକାର କରିଛନ୍ତି । ଆଲେନ୍ ପୁଲିସ ବିଭାଗ ତା’ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲୋକଙ୍କୁ ଏହି ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି। ସେରିଫଙ୍କ କାର୍ଯ୍ୟାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ମଲ୍ ରେ କିଛି ପୀଡ଼ିତ ଫସି ରହିଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ବୋଲି ମୁଖପାତ୍ର କହିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଅନୁଯାୟୀ, ମଲ୍ ରେ ଉପସ୍ଥିତ ଅନେକ କର୍ମଚାରୀ ବିଲ୍ଡିଂ ଭିତରେ ଆଶ୍ରୟ ନେଇଛନ୍ତି।  ଦୋକାନୀ ଜିଲ୍ ଉଲ୍ଲି ଏକ ସ୍ଥାନୀୟ ନ୍ୟୁଜ୍ ଷ୍ଟେସନକୁ କହିଛନ୍ତି ଯେ ଗୁଳି ଚାଳନା ସମୟରେ ସେ ତାଙ୍କ ୭୯ ବର୍ଷୀୟା ମା’ଙ୍କ ସହ ଭିତରକୁ ଯାଇଥିଲେ। ଉଲି ସିବିଏସ୍ ସହଯୋଗୀ ଡବ୍ଲ୍ୟୁଡିଜେଟିକୁ କହିଛନ୍ତି, “ମୁଁ ତୁରନ୍ତ ଜାଣିଥିଲି ଯେ ଏହା ଏକ ଗୁଳି ଥିଲା ଏବଂ ତା’ପରେ ଆମେ ତଳେ ପଡ଼ିଥିଲୁ।

ମଲ୍ ପରିଚାଳନା କରୁଥିବା କମ୍ପାନୀ ଏକ ବିବୃତିରେ କହିଛି ଯେ ଏହି ହିଂସାତ୍ମକ ଘଟଣାରେ ସାଧାରଣ ଲୋକ ଓ କର୍ମଚାରୀମାନେ ମୃତାହତ ହୋଇଥିବାରୁ ଆମେ ନିରାଶ ଏବଂ କ୍ରୋଧିତ।  ଆମେ ୱାଓ୍ଵାଟୋସା ପୁଲିସ ବିଭାଗର ଆମର ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଉଛୁ ଏବଂ ଆମେ ସେମାନଙ୍କ ତଦନ୍ତରେ ସହଯୋଗ କରୁଛୁ।

Leave A Reply

Your email address will not be published.