ଏସବିଆଇର ଆକର୍ଷଣୀୟ ସ୍କିମ୍ : ମାତ୍ର ଥରେ ଜମା କରନ୍ତୁ ୧୦ ଲକ୍ଷ, ୧୦ ବର୍ଷ ପରେ ପାଆନ୍ତୁ ୨୧ ଲକ୍ଷରୁ ଅଧିକ; ଜାଣନ୍ତୁ କେଉଁମାନଙ୍କ ପାଇଁ ଏହି ସ୍କିମ୍

0

ବରିଷ୍ଠ ନାଗରିକଙ୍କ ପାଇଁ ସ୍ଥିର ଏବଂ ନିଶ୍ଚିତ ଆୟ ପାଇଁ ଅନେକ ବ୍ୟାଙ୍କ ଜମା ଏବଂ ସରକାରୀ ଯୋଜନା ଅଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ବରିଷ୍ଠ ନାଗରିକ ମିଆଦୀ ଜମା ଯୋଜନା । ଯଦି ଆପଣ ନିକଟରେ ଅବସର ନେଇଛନ୍ତି ଏବଂ ଭଲ ପରିମାଣର ପାଣ୍ଠି ପାଇଛନ୍ତି, ତେବେ ଏସବିଆଇର ବରିଷ୍ଠ ନାଗରିକ ଏଫଡି ସ୍କିମରେ ନିବେଶ କରିବା ଦୀର୍ଘମିଆଦୀ ଦୃଷ୍ଟିକୋଣରୁ ଏକ ଭଲ ବିକଳ୍ପ ଅଟେ ।

ଷ୍ଟେଟବ୍ୟାଙ୍କ ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ବରିଷ୍ଠ ନାଗରିକମାନେ ଏସବିଆଇର ଏଫଡି ସ୍କିମରେ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ମାଚ୍ୟୁରିଟି ବା ପରିପକ୍ୱତା ପାଇଁ ଜମା କରିପାରିବେ । ସାଧାରଣତଃ ବରିଷ୍ଠ ନାଗରିକମାନେ ନିୟମିତ ଗ୍ରାହକଙ୍କ ତୁଳନାରେ ଫିକ୍ସଡ୍ ଡିପୋଜିଟ୍ ଉପରେ ଅଧା ପ୍ରତିଶତ (୦.୫୦%) ଅଧିକ ସୁଧ ପାଆନ୍ତି । ସେହିପରି ବରିଷ୍ଠ ନାଗରିକଙ୍କୁ ୫ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ୧% ଅଧିକ ସୁଧ ମିଳୁଛି ।

ଷ୍ଟେଟବ୍ୟାଙ୍କ ୱେବସାଇଟ ଅନୁଯାୟୀ, ନିୟମିତ ଗ୍ରାହକମାନେ ୫ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ବାର୍ଷିକ ୬.୫ ପ୍ରତିଶତ ସୁଧ ପାଉଥିବା ବେଳେ ବ୍ୟାଙ୍କ ବରିଷ୍ଠ ନାଗରିକମାନଙ୍କୁ ବାର୍ଷିକ ୭.୫ ପ୍ରତିଶତ ସୁଧ ଦେଉଛି । ବାସ୍ତବରେ ବରିଷ୍ଠ ନାଗରିକମାନେ ଏସବିଆଇ ୱେ-କେୟାର ଡିପୋଜିଟ ସ୍କିମ୍ ଅଧୀନରେ ୫ରୁ ୧୦ ବର୍ଷର ଏଫ୍ଡି ଉପରେ ଅତିରିକ୍ତ ଅଧା ପ୍ରତିଶତ ପ୍ରିମିୟମ୍ ସୁଧ ପାଆନ୍ତି ।

ଏସବିଆଇ ଏଫଡି : ୧୦ ବର୍ଷରେ ୧୦ ଲକ୍ଷ ଟଙ୍କା ହେବ ୨୧ ଲକ୍ଷ ଟଙ୍କା

ଧରାନ୍ତୁ ଜଣେ ବରିଷ୍ଠ ନାଗରିକ ଏସବିଆଇର ୧୦ ବର୍ଷର ପରିପକ୍ୱତା ଯୋଜନାରେ ଏକକାଳୀନ ୧୦ ଲକ୍ଷ ଟଙ୍କା ଜମା କରନ୍ତି । ଏସବିଆଇ ଏଫଡି କାଲକୁଲେଟର ଅନୁଯାୟୀ ନିବେଶକବାର୍ଷିକ ୭.୫ ପ୍ରତିଶତ ସୁଧ ହାରରେ ପରିପକ୍ୱତା ଉପରେ ମୋଟ ୨୧,୦୨,୩୪୯ ଟଙ୍କା ପାଇବେ । ସୁଧରୁ ୧୧,୦୨,୩୪୯ ଟଙ୍କାର ନିର୍ଦ୍ଧାରିତ ଆୟ ହେବ ।

ଏସବିଆଇ ୨୦୨୩ ଫେବ୍ରୁଆରି ୧୫ରୁ ୨ କୋଟି ଟଙ୍କାରୁ କମ୍ ଜମା ଉପରେ ସୁଧ ହାର୦.୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି। ବ୍ୟାଙ୍କଗୁଡ଼ିକ ଋଣ ମହଙ୍ଗା କରିବା ସହିତ ଜମା ଉପରେ ସୁଧ ହାର ମଧ୍ୟ ବୃଦ୍ଧି କରାଯାଉଛି। ଏହା ପୂର୍ବରୁ ଏସବିଆଇ ୨୦୨୨ ଡିସେମ୍ବର ୧୩ରେ ଏଫଡି ଉପରେ ସୁଧ ହାର ବୃଦ୍ଧି କରିଥିଲା ।

Leave A Reply

Your email address will not be published.