ରାଜସ୍ଥାନରେ ହେବ କି ତ୍ରିମୁଖୀ ଲଢେଇ ? ନୂଆ ଦଳ ଗଠନ କରିପାରନ୍ତି ସଚିନ ପାଇଲଟ୍

0

ଜୟପୁର : ରାଜସ୍ଥାନର ରାଜନୈତିକ ସଙ୍କଟ ମଧ୍ୟରେ ଟଙ୍କର କଂଗ୍ରେସ ବିଧାୟକ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଯୁବ ନେତା ସଚିନ ପାଇଲଟ ଜୁନ୍ ୧୧ରେ କିଛି ବଡ଼ ଘୋଷଣା କରିପାରନ୍ତି। ଗଣମାଧ୍ୟମ ସୁତ୍ରରୁ ପ୍ରକାଶ ଯେ ସେ ପ୍ରଥମେ ଦଳୀୟ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବେ, ଏହା ପରେ ସେ ୧୧ ତାରିଖରେ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ପଦକ୍ଷେପ ନେଇପାରିବେ।

ଇଂରାଜୀ ପତ୍ରିକା ଦି ଓ୍ବିକର ରିପୋର୍ଟ ଅନୁସାରେ ପାଇଲଟ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ଅଲଗା ରାଜନୈତିକ ଦଳ ଗଠନ କରିପାରନ୍ତି । ନିର୍ବାଚନ ଚାଣକ୍ୟ କୁହାଯାଉଥିବା ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ)ଙ୍କ କନସଲଟାନ୍ସି ଫାର୍ମ ଆଇ-ପାକ୍ ତାଙ୍କୁ ଏହି ପ୍ରକ୍ରିୟାରେ ସହଯୋଗ କରୁଥିବା ଜଣାପଡ଼ିଛି।

ଏପ୍ରିଲ ୧୧ ରେ ପାଇଲଟ ରାଜ୍ୟ ସରକାରଙ୍କ ବିରୋଧରେ କରିଥିବା ଦିନିକିଆ ଅନଶନ ସମୟରେ ପ୍ରଶାନ୍ତ କିଶୋରଙ୍କ ସ୍ୱେଚ୍ଛାସେବୀମାନେ ତାଙ୍କ ତାଙ୍କୁ ସାହାଯ୍ୟ କରିଥିଲେ । ସୂଚନା ଅନୁଯାୟୀ, ପାଇଲଟ୍ କରିଥିବା ପାଞ୍ଚ ଦିନିଆ ପଦଯାତ୍ରା ସହ ମଧ୍ୟ କମ୍ପାନିର ସମ୍ପର୍କ ଥିଲା।

ଜୁନ ୧୧ରେ ସଚିନଙ୍କ ପିତା ରାଜେଶ ପାଇଲଟଙ୍କ ଶ୍ରାଦ୍ଧ ଦିବସ । ଏହି ଦିନ ସଚିନ ତାଙ୍କ ପିତାଙ୍କ ସ୍ମାରକୀ ପରିଦର୍ଶନ କରି ସେ କିଛି ବଡ ଘୋଷଣା କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି । ସେଦିନ ଏକ ରାଲି ପରେ ସେ ‘ପ୍ରଗତିଶୀଳ କଂଗ୍ରେସ’ କୁହାଯାଉଥିବା ଦଳ ଘୋଷଣା କରିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.