ଲୋକସଭାରେ ସ୍ଥାପିତ ହେଲା ଐତିହାସିକ ରାଜଦଣ୍ଡ ‘ସଙ୍ଗୋଲ’

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂତନ ସଂସଦ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ବୈଦିକ ରୀତିନୀତି ଓ ସର୍ବଧର୍ମ ପ୍ରାର୍ଥନା ସହ ନୂତନ ଭବନକୁ ଉଦଘାଟନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଏଠାରେ ଐତିହାସିକ ‘ସେଙ୍ଗୋଲ’ ମଧ୍ୟ ସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଉପସ୍ଥିତ ଥିଲେ। ତେବେ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ତୃଣମୂଳ କଂଗ୍ରେସ ଓ ସମାଜବାଦୀ ପାର୍ଟି ସମେତ ପ୍ରାୟ 20ରୁ ଅଧିକ ବିରୋଧୀ ଦଳ ଉଦଘାଟନୀ ଉତ୍ସବକୁ ବର୍ଜନ କରିଥିଲେ। ବିଜେପି ସହ ବିଜୁ ଜନତା ଦଳ, ତେଲୁଗୁ ଦେଶମ, ବିଏସପି ଓ ୱାଇଏସଆରସିପି ଭଳି ଦଳ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଲୋକସଭାରେ ସ୍ଥାପନ ହେଲା ‘ସେଙ୍ଗୋଲ’

ବୈଦିକ ହୋମ ପରେ ପ୍ରଧାନମନ୍ତ୍ରୀ ଲୋକସଭାରେ ବାଚସ୍ପତି ଆସନକୁ ଉଠିଥିଲେ । ତାଙ୍କ ପଛରେ ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ବାଚସ୍ପତି ଆସନ କୁ ଯାଇ ସେଠାରେ ‘ସେଙ୍ଗୋଲ’ ଲଗାଇଥିଲେ ।  ଏଠାରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ନିର୍ମାଣରେ ଯୋଗଦାନ କରିଥିବା ଶ୍ରମିକ ଓ କାରିଗରମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସହ କିଛି ସମୟ ଆଲୋଚନା ମଧ୍ୟ କରିଥିଲେ ।

ନୂଆ ସଂସଦ ଭବନରେ ଲୋକସଭା ବାଚସ୍ପତିଙ୍କ ପୋଡିୟମ ନିକଟରେ ସ୍ଥାପନ କରାଯିବା ପୂର୍ବରୁ ତାମିଲନାଡ଼ୁର ବିଭିନ୍ନ ଅଧୀନସ୍ଥ ପ୍ରାୟ ୩୦ ଜଣ ଅଧିନମ ( ଶୈବ ସାଧୁ) ସେଙ୍ଗୋଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହସ୍ତାନ୍ତର କରିଥିଲେ।

୧୯୪୭ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ହସ୍ତାନ୍ତର କରାଯିବା ପରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଥିବା ଏକ ସଂଗ୍ରହାଳୟରେ ‘ସେଙ୍ଗୋଲ’କୁ ରଖାଯାଇଥିଲା।

Leave A Reply

Your email address will not be published.