ଶସ୍ତା ହେଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର, କେତେକ କମିଲା ଜାଣନ୍ତୁ

0

ନୂଆଦିଲ୍ଲୀ : ଏପ୍ରିଲ ୧ ରୁ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ରେ ୯୧.୫୦ ଟଙ୍କା ହ୍ରାସ କରାଯାଇଛି । ଯାହା ପରେ ଏବେ ଦିଲ୍ଲୀରେ ୧୯ କିଲୋଗ୍ରାମର ସିଲିଣ୍ଡର ୨୦୨୮ ଟଙ୍କାରେ ଉପଲବ୍ଧ ହେବ । ସେପଟେ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଚଳିତ ବର୍ଷ ମାର୍ଚ୍ଚ ୧ ରେ ତୈଳ ଓ ତୈଳ କମ୍ପାନୀମାନେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୟୁନିଟ ପିଛା ୩୫୦.୫୦ ଟଙ୍କା ଏବଂ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୟୁନିଟ ପିଛା ୫୦ ଟଙ୍କା ବୃଦ୍ଧି କରିଥିଲେ । ଏହା ପୂର୍ବରୁ ଜାନୁଆରୀ୧ରେ ବାଣିଜ୍ୟିକ ସିଲିଣ୍ଡର ର ମୂଲ୍ୟ ୟୁନିଟ ପିଛା ୨୫ ଟଙ୍କା ବୃଦ୍ଧି କରାଯାଇଥିଲା ।

ଗତ ବର୍ଷ ସେପ୍ଟେମ୍ବର ପହିଲାରେ ବାଣିଜ୍ୟିକ ସିଲିଣ୍ଡର ର ମୂଲ୍ୟ ଶେଷ ଥର ପାଇଁ ୯୧.୫୦ ଟଙ୍କା ହ୍ରାସ କରାଯାଇଥିଲା । ୨୦୨୨ ଅଗଷ୍ଟ ପହିଲାରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ୩୬ ଟଙ୍କା ହ୍ରାସ କରାଯାଇଥିଲା । ଶେଷ ଥର ପାଇଁ ଜୁଲାଇ ୬ରେ ୧୯ କେଜି ବାଣିଜ୍ୟିକ ସିଲିଣ୍ଡର ର ମୂଲ୍ୟ ୟୁନିଟ୍ ପିଛା ୮.୫ ଟଙ୍କା ହ୍ରାସ କରାଯାଇଥିଲା ।

ଅନ୍ୟପକ୍ଷରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ସିଲିଣ୍ଡରର ମୂଲ୍ୟ ୧,୧୦୩ ଟଙ୍କା ରହିଛି । ମୁମ୍ବାଇରେ ଏହାର ମୂଲ୍ୟ ୧,୧୧୨.୫ ଟଙ୍କା, କୋଲକାତାରେ ୧,୧୨୯ ଟଙ୍କା ଏବଂ ଚେନ୍ନାଇରେ ୧,୧୧୮.୫ ଟଙ୍କା ରହିଛି ।

Leave A Reply

Your email address will not be published.