ରିଲାଏନ୍ସ ଜିଓର ସବୁଠାରୁ ଶସ୍ତା ପ୍ଲାନ, ଅସୀମିତ କଲିଂ, ମାତ୍ର ୧୧୯ ଟଙ୍କାର ରିଚାର୍ଜରେ ୧.୫ ଜିବି ଡାଟା ଓ ଆହୁରି ଅନେକ ସୁବିଧା

0

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ ନିଜର ଗ୍ରାହକଙ୍କୁ ଅନେକ ଶସ୍ତା ଏବଂ ସୁଲଭ ରିଚାର୍ଜ ପ୍ଲାନ୍ ଦେଉଛି । ଯେଉଁଥିରେ ସମସ୍ତ ନେଟୱାର୍କରେ ଅସୀମିତ କଲିଂ ଏବଂ ମାଗଣା ଏସଏମଏସ ସମେତ ଡାଟା ସୁବିଧା ଉପଲବ୍ଧ । ଏହି ସବୁ ପ୍ଲାନରେ ଫରକ ହେଉଛି ବୈଧତା କିମ୍ବା ଡାଟା । ଜିଓର ଅନେକ ପ୍ଲାନ ରହିଛି ଯେଉଁଥିରେ ଅସୀମିତ କଲିଂ ସହିତ ୧.୫ ଜିବି ଇଣ୍ଟରନେଟ୍ ଡାଟା ମିଳୁଛି । କିନ୍ତୁ ଆମେ ଆପଣଙ୍କୁ ଜିଓର ଏମିତି ଏକ ଶସ୍ତା ରିଚାର୍ଜ ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଶସ୍ତା ପଡ଼ିବ ।

ଜିଓ ନିଜ ୟୁଜରଙ୍କୁ ଏକ ୧୧୯ ଟଙ୍କିଆ ପ୍ଲାନ (ରିଲାଏନ୍ସ ଜିଓ ଆରଏସ ୧୧୯ ପ୍ଲାନ) ଦେଉଛି । ଏଥିରେ ଆପଣଙ୍କୁ ଅନ୍ୟ ପ୍ଲାନ୍ ଭଳି ପ୍ରତିଦିନ ଅନଲିମିଟେଡ୍ କଲିଂ ଏବଂ ୧.୫ ଜିବି ଡାଟା ମିଳିବ। ଏହା ସହିତ ୩୦୦ ମାଗଣା ଏସଏମଏସ ମଧ୍ୟ ଉପଲବ୍ଧ ହେବ । କେବଳ ଏତିକି ନୁହେଁ, ଏହି ପ୍ଲାନ୍ ଜରିଆରେ ରିଚାର୍ଜ କରିବା ପରେ ଆପଣଙ୍କୁ ଜିଓଟିଭି, ଜିଓସିନେମା ଜିଓ ସିକ୍ୟୁରିଟି, ଜିଓକ୍ଲାଉଡ ଭଳି ଆପ୍ ର ସବସ୍କ୍ରିପସନ ମଧ୍ୟ ମାଗଣାରେ ମିଳୁଛି । ଅସୀମିତ କଲିଂ ଏବଂ ପ୍ରତିଦିନ ୧.୫ ଜିବି ଡାଟା ସହିତ ଏହା ଜିଓର ସବୁଠାରୁ ଶସ୍ତା ପ୍ଲାନ । ତେବେ ଏହି ପ୍ଲାନର ବୈଧତା ମାତ୍ର ୧୪ ଦିନ ରହିଛି । ତେଣୁ ଆପଣ କେବଳ ୧୪ ଦିନ ପାଇଁ ଅସୀମିତ କଲିଂ, ମାଗଣା ଏସଏମଏସ ସମେତ ଡାଟା ସୁବିଧା ବ୍ୟବହାର କରିପାରିବେ ।

Leave A Reply

Your email address will not be published.