ଏମସିଏଲଆର ବୃଦ୍ଧି କଲା କାନାରା ବ୍ୟାଙ୍କ; ବଢିବ ଗୃହ,ଅଟୋ ଋଣ ଇଏମଆଇ

0

 ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ କାନାର ବ୍ୟାଙ୍କ ( Canara Bank) ନିଜର ବେଞ୍ଚମାର୍କ ଲେଣ୍ଡିଂ ରେଟ୍ (ଏମସିଏଲଆର) ୫ ବେସିସ୍ ପଏଣ୍ଟ ବୃଦ୍ଧି କରିଛି। ବିଭିନ୍ନ ସମୟରେ ସୁଧ ହାର ବୃଦ୍ଧି କରାଯାଇଛି। ନୂଆ ସୁଧ ହାର ୨୦୨୩ ମାର୍ଚ୍ଚ ୧୨ରୁ ଲାଗୁ ହୋଇଛି। ସରକାରୀ ବ୍ୟାଙ୍କ ଦ୍ୱାରା ମାର୍ଜିନାଲ କଷ୍ଟ ଅଫ ଲେଣ୍ଡିଂ ରେଟ୍ (ଏମସିଏଲ୍ଆର୍) ବୃଦ୍ଧି ପରେ ଏହି ବେଞ୍ଚମାର୍କ ରେଟ୍ ସହ ଜଡ଼ିତ ମିଆଦୀ ଋଣର ଇଏମ୍ଆଇ ବୃଦ୍ଧି ପାଇବ।

ବ୍ୟାଙ୍କ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଏକ ବର୍ଷ ପାଇଁ ସୁଧ ହାର ୮.୬୦ ପ୍ରତିଶତରୁ ୮.୬୫ ପ୍ରତିଶତକୁ ବୃଦ୍ଧି ପାଇଛି।  ୬ ମାସ ପାଇଁ ଏମସିଏଲଆର କୁ ୮.୪୦ ପ୍ରତିଶତରୁ ୮.୪୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହାବ୍ୟତୀତ ବ୍ୟାଙ୍କ ଅନ୍ୟ କାର୍ଯ୍ୟକାଳ ପାଇଁ ଏମସିଏଲଆରରେ କୌଣସି ପରିବର୍ତ୍ତନ କରିନାହିଁ ।  ଏହା ୩ ମାସରେ ୮.୧୫ ପ୍ରତିଶତ ଓ ୧ ମାସରେ ୮.୦ ପ୍ରତିଶତ ରହିଥାଏ। ରାତାରାତି ଏମ୍ ସିଏଲ୍ ଆର୍ ୭.୯ ପ୍ରତିଶତ ରହିଛି। 

Leave A Reply

Your email address will not be published.