ଏହି ନିୟମ ଯୋଗୁଁ ବନ୍ଦ ହୋଇଗଲା ୧୪ଟି କାର ; ୮୦୦ ସିସିର ଯୁଗ ଶେଷ

0

ଭୁବନେଶ୍ବର : ଭାରତୀୟ ଅଟୋମୋଟିଭ୍ ଶିଳ୍ପ କାର୍ବନ ଫୁଟପ୍ରିଣ୍ଟକୁ ହ୍ରାସ କରିବା ଦିଗରେ କାର୍ଯ୍ୟ କରୁଛି, ଯାହା ପାଇଁ ନିର୍ଗମନ ନିୟମ ସ୍ଥିର କରାଯାଇଛି। ବିଏସ୍ ୬ ଫେଜ୍-୨ରେ ନିର୍ଗମନ ନିୟମକୁ ଆହୁରି କଡ଼ାକଡ଼ି କରାଯାଇଛି । ଏହା ବ୍ୟତୀତ ଇଭି (ଇଲେକ୍ଟ୍ରିକ ଭେହିକ୍ଲ) ଉପରେ ମଧ୍ୟ ଅଧିକ ଧ୍ୟାନ ଦିଆଯାଉଛି । ଇଭି ଗୁଡ଼ିକ କମ୍ ପ୍ରଦୂଷଣ ହେଉଥିବାରୁ ସରକାରଙ୍କ ପକ୍ଷରୁ ଏହାକୁ ପ୍ରୋତ୍ସାହିତ କରାଯାଉଛି । ଅନ୍ୟପକ୍ଷରେ ଆଇସିଇ ( କମ୍ବସନ ଇଂଜିନ ବିଶିଷ୍ଟ) କାର୍ ପାଇଁ ବିଏସ୍ ୬ ଫେଜ୍-୨ ଲାଗୁ କରାଯାଇଥିବାରୁ ଅନେକ କାର ମଡେଲ ବାଧ୍ୟ ହୋଇ ବନ୍ଦ ହୋଇୟାଇଛନ୍ତି, କାରଣ ସେଗୁଡ଼ିକ ବିଏସ୍୬ ଫେଜ୍-୨ର ନିର୍ଗମନ ମାନଦଣ୍ଡକୁ ପାଳନ କରୁନଥିଲେ । ଭାରତୀୟ ବଜାରରେ ଥିବା ମୋଟ ୧୪ଟି ମଡେଲ ବନ୍ଦ ହୋଇଯାଇଛି । ସେଗୁଡ଼ିକ ମଧ୍ୟରେ ଅଛନ୍ତି ମାରୁତି ସୁଜୁକୀ ଅଲଟୋ 800, ରେନୋ କ୍ବିଡ୍, ମହିନ୍ଦ୍ରା କେୟୁଭି100, ହ୍ୟୁଣ୍ଡାଇ ଆଇ20 ଡିଜେଲ, ଟୟୋଟା ଇନୋଭା କ୍ରିଷ୍ଟା ପେଟ୍ରୋଲ, ନିସାନ କିକ୍ସ,ସ୍କୋଡା ଅକ୍ଟାଭିଆ ଇତ୍ୟାଦି ।

ସବୁଠାରୁ ଅଧିକ ମଡେଲ ହୋଣ୍ଡାର ହୋଇଥିବା ବେଳେ ଜାପାନୀ ନିର୍ମାତାଙ୍କ ମୋଟ ୫ଟି ମଡେଲ କୁ ବନ୍ଦ କରାଯାଇଛି । ଜାଜ୍, ସିଟି ଚତୁର୍ଥ ଜେନେରାଲ ଏବଂ ଡବ୍ଲ୍ୟୁଆର-ଭି କ୍ରସଓଭର କୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ସେହିପରି ହୋଣ୍ଡା ପକ୍ଷରୁ ସିଟି ୫ମ ଜେନ ଓ ଆମେଜର ଡିଜେଲ ପାୱାରଟ୍ରେନ କୁ ବନ୍ଦ କରି ଦିଆଯାଇଛି ଅର୍ଥାତ ଏବେ ଏହି ଦୁଇଟି କାରରେ ଡିଜେଲ ଇଞ୍ଜିନର ବିକଳ୍ପ ମିଳିବ ନାହିଁ । ସୂଚନାଯୋଗ୍ୟ, ସାମ୍ପ୍ରତିକ ସମୟରେ ଡିଜେଲର ଲୋକପ୍ରିୟତା ହ୍ରାସ ପାଇଛି, ବିଶେଷ କରି କମ୍ପ୍ୟାକ୍ଟ ଏବଂ ସବ୍-କମ୍ପାକ୍ଟ ହ୍ୟାଚବ୍ୟାକ୍ ଏବଂ ସେଡାନ୍ ସ୍ପେସ୍ରେ।

Leave A Reply

Your email address will not be published.